ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୩୯୩ ନୂଆ କୋରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯ | News Room Odisha

ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୩୯୩ ନୂଆ କୋରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯

ଭୁବନେଶ୍ୱର- ରାଜ୍ୟରେ ଦ୍ରୁତ ଭାବେ ତଳମୁହାଁ ହେବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ୩୯୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୨୯ ଓ ସ୍ଥାନୀୟ ଅଂଚଳରୁ ୧୬୪ ଜମ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯, ସୁନ୍ଦରଗଡରୁ ୪୫, ମୟୂରଭଂଜରୁ ୩୨, କଳାହାଣ୍ଡିରୁ ୨୭, କଟକରୁ ୨୫, ବଲାଙ୍ଗିରରୁ ୨୩, ପୁରୀରୁ ୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୧୯୬କୁ ବୃଦ୍ଧି ପାଇଛି । ଏ ଯାଏଁ ୩ ଲକ୍ଷ ୧୫ ହଜାର ୨୭୦ ରୋଗୀ ସୁସ୍ଥ ହୋଇସାରିଛନ୍ତି । ୪ ହଜାର ୧୦୨ ଜଣ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।