ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ୪ ହଜାର ୩୮୮ ରୋଗୀ ସୁସ୍ଥ, ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାରରୁ ଅଧିକ | News Room Odisha

ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ୪ ହଜାର ୩୮୮ ରୋଗୀ ସୁସ୍ଥ, ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାରରୁ ଅଧିକ

ଭୁବନେଶ୍ୱର – ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ରୋଗୀ କୋରୋନାରୁ ସୁସ୍ଥ ହୋଇଛନ୍ତି । ଆଜି ସର୍ବାଧିକ ୪ ହଜାର ୩୮୮ ରୋଗୀ ସୁସ୍ଥ ହୋଇଛନ୍ତି । ଗୋଟିଏ ଦିନରେ ରାଜ୍ୟରେ ଏହା ହେଉଛି ସର୍ବାଧିକ ସୁସ୍ଥ ସଂଖ୍ୟା । ଖୋର୍ଧା ଜିଲ୍ଲାରୁ ୭୪୪, କଟକରୁ ୪୯୬, ପୁରୀରୁ ୧୮୩, ନୂଆପଡାରୁ ୧୭୯, ବରଗଡରୁ ୧୭୪, ଝାରସୁଗୁଡାରୁ ୧୬୭, ଯାଜପୁରରୁ ୧୫୯ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଅନୁଗୁଳରୁ ୧୪୪, ବାଲେଶ୍ୱରରୁ ୧୪୨, ରାୟଗଡାରୁ ୧୩୮, ସୁନ୍ଦରଗଡରୁ ୧୨୮, କନ୍ଧମାଳରୁ ୧୨୬ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୪୩୨କୁ ବୃଦ୍ଧି ପାଇଛି ।