ରାଜ୍ୟରେ ଦୀର୍ଘ ୬ ମାସ ପରେ ପ୍ରଥମ ଥର ପାଇଁ ଗୋଟିଏ ହେଲେ କୋଭିଡ ମୃତ୍ୟୁ ନାହିଁ | News Room Odisha

ରାଜ୍ୟରେ ଦୀର୍ଘ ୬ ମାସ ପରେ ପ୍ରଥମ ଥର ପାଇଁ ଗୋଟିଏ ହେଲେ କୋଭିଡ ମୃତ୍ୟୁ ନାହିଁ

ଭୁବନେଶ୍ୱର-ଦୀର୍ଘ ୬ ମାସ ପରେ ରାଜ୍ୟରେ ପ୍ରଥମ ଥର ପାଇଁ କୌଣସି କୋଭିଡ ମୃତ୍ୟୁ ହୋଇନାହିଁ । ଜାନୁଆରୀ ୫ ପରେ ରାଜ୍ୟରେ କୌଣସି କୋଭିଡ ମୃତ୍ୟୁ ହୋଇନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏହା ଏକ ଖୁସିର ବିଷୟ ବୋଲି ବିଭାଗ କହିବା ସହ କୋଭିଡ ଯୋଦ୍ଧାଙ୍କୁ ଅଭିବାଦନ ଜଣାଇଛି । ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି ।

COVID-19