ରାଜ୍ୟରେ ପୁଣି ୮ ହଜାର ଟପିଲା ଦୈନିକ କୋରୋନା ସଂକ୍ରମଣ ,ଦିନକରେ ୮୬୮୧ ନୂଆ ରୋଗୀ, ଖୋର୍ଦ୍ଧାରୁ ସର୍ବାଧିକ ୧୪୦୮ | News Room Odisha

ରାଜ୍ୟରେ ପୁଣି ୮ ହଜାର ଟପିଲା ଦୈନିକ କୋରୋନା ସଂକ୍ରମଣ ,ଦିନକରେ ୮୬୮୧ ନୂଆ ରୋଗୀ, ଖୋର୍ଦ୍ଧାରୁ ସର୍ବାଧିକ ୧୪୦୮

ଭୁବନେଶ୍ୱର- ରାଜ୍ୟରେ ୮ ହଜାର ୬୮୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ସଂଗରୋଧରୁ ୪ ହଜାର ୯୪୮ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୭୩୩ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୧ ହଜାର ୪୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୭୪୫, କଟକରୁ ୫୭୦, ପୁରୀରୁ ୫୧୪, ବଲାଙ୍ଗିରରୁ ୪୫୯, ବରଗଡରୁ ୪୨୩, ଅନୁଗୁଳରୁ ୪୧୯, ଝାରସୁଗୁଡାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡାରୁ ୩୦୪, ମୟୂରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, ନୟାଗଡରୁ ୧୬୦, ବାଲେଶ୍ୱରରୁ ୧୫୫, ରାୟଗଡାରୁ ୧୫୧, କେନ୍ଦୁଝରରୁ ୧୪୮, ଗଜପତିରୁ ୧୨୫, କୋରାପୁଟରୁ ୧୧୩, ଦେବଗଡରୁ ୧୦୨ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାବତ ୪ ଲକ୍ଷ ୪୪ ହଜାର ୧୯୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ ଲକ୍ଷ ୮୦ ହଜାର ୪ ଶହ ସୁସ୍ଥ ହୋଇସାରିଲେଣି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୧ ହଜାର ୬୯୮ ରହିଛି ।