ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୦ରୁ କମ୍ , ୧୨୨ ନୂଆ ଚିହ୍ନଟ | News Room Odisha

ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୦ରୁ କମ୍ , ୧୨୨ ନୂଆ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୧୨୨ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୭୨ ଓ ସ୍ଥାନୀୟ ଅଂଚଳରୁ ୫୦ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୨୬, ସମ୍ବଲପୁରରୁ ୨୩, ପୁରୀରୁ ୧୭, ଅନୁଗୁଳରୁ ୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୫, କଟକରୁ ୩ ଓ ଗଂଜାମରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲଗାତର ଦ୍ୱିତୀୟ ଦିନ ଧରି ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧୫୦ରୁ କମ୍ ରହିଛି ।

ରାଜ୍ୟରେ ଏ ଯାଏଁ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୫୬୬କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୨୯ ହଜାର ୮୦୧ ସୁସ୍ଥ ହୋଇଛନ୍ତି । ୧ ହଜାର ୮୧୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।

COVID-19