ରାଜ୍ୟରେ ଶୀତ ଲହରୀ , ୫ ଦଶମିକ ୫ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ରାଜ୍ୟର ଶୀତଳ ସହର | News Room Odisha

ରାଜ୍ୟରେ ଶୀତ ଲହରୀ , ୫ ଦଶମିକ ୫ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ରାଜ୍ୟର ଶୀତଳ ସହର

ଭୁବନେଶ୍ୱର- ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇଛି । ରାଜ୍ୟର ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ତଳେ ରହିଥିବା ରେକର୍ଡ କରାଯାଇଛି । ୫ ଦଶମିକ ୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ଶୀତଳ ସହର ହୋଇଛି । ୧୦ ଡିଗ୍ରୀ ତଳେ ରାଜ୍ୟର ୯ଟି ସହର ରହିଛି । ଝାରସୁଗୁଡାରେ ୭ ଦଶମିକ ୬, ଅନୁଗୁଳରେ ୮.୬, ଦାରିଙ୍ଗବାଡିରେ ୯,ବାରିପଦାରେ ୮ .୫, କୋରାପୁଟରେ ୮.୬, କେନ୍ଦୁଝରରେ ୯.୫, ଭବାନୀପାଟଣା ୯ ଦଶମିକ ୨, ବଲାଙ୍ଗିରରେ ୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Cold Wave