ରାଜ୍ୟରେ ସୁସ୍ଥ ହେଲେ ୪ ହଜାର ୨୧୯ କୋରୋନା ରୋଗୀ, ଖୋର୍ଧାରୁ ସର୍ବାଧିକ ୬୨୮ | News Room Odisha

ରାଜ୍ୟରେ ସୁସ୍ଥ ହେଲେ ୪ ହଜାର ୨୧୯ କୋରୋନା ରୋଗୀ, ଖୋର୍ଧାରୁ ସର୍ବାଧିକ ୬୨୮

ଭୁବନେଶ୍ୱର – ଗତ କିଛି ଦିନ ଧରି ରାଜ୍ୟରେ କୋରୋନା ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ଅଧିକରୁ ଅଧିକ ସଂଖ୍ୟକ ରୋଗୀ ବି ସୁସ୍ଥ ହେଉଛନ୍ତି । ଆଜି ରେକର୍ଡ ୪ ହଜାର ୨୧୯ ରୋଗୀ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ଏ ଯାଏଁ ୧ ଲକ୍ଷ ୮୫ ହଜାର ୭ ଶହ କୋରୋନା ରୋଗୀ ସୁସ୍ଥ ହୋଇସାରିଲେଣି । ଖୋର୍ଧା ଜିଲ୍ଲାରୁ ୬୨୮, କଟକରୁ ୪୯୪, ପୁରୀରୁ ୨୬୪, ଝାରସୁଗୁଡାରୁ ୨୩୨, ଅନୁଗୁଳରୁ ୨୦୯, ଜଗତସିଂହପୁରରୁ ୧୬୩, କେନ୍ଦ୍ରାପଡାରୁ ୧୬୧, ମୟୂରଭଂଜରୁ ୧୫୩, ରାୟଗଡାରୁ ୧୩୨, ଯାଜପୁରରୁ ୧୨୯, ବଲାଙ୍ଗୀରରୁ ୧୨୩, ବାଲେଶ୍ୱରରୁ ୧୧୯, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୧୩, ବରଗଡରୁ ୧୧୨, କନ୍ଧମାଳରୁ ୮୭ ସୁସ୍ଥ ହୋଇଛନ୍ତି ।

ଆଜି ରାଜ୍ୟରେ ପୁଣି ଅଧିକ ସଂଖ୍ୟକ ରୋଗୀ ସୁସ୍ଥ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରି ସ୍ୱାସ୍ଥ୍ୟକର୍ମୀ ଓ କୋରୋନା ଯୋଦ୍ଧାଙ୍କ କଠୋର ପରିଶ୍ରମ ଓ ତ୍ୟାଗକୁ ପ୍ରଶଂସା କରିଛନ୍ତି । ଅକ୍ଲାନ୍ତ ଉଦ୍ୟମ କରି ସେମାନେ ମୂଲ୍ୟବାନ ଜୀବନ ବଂଚାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।