ରାଜ୍ୟରେ ୧୦ ହଜାର ୩୧ ନୂଆ କୋରୋନା ପଜିଟିଭ, ଆଉ ୧୭ ରୋଗୀଙ୍କ ମୃତ୍ୟୁ | News Room Odisha

ରାଜ୍ୟରେ ୧୦ ହଜାର ୩୧ ନୂଆ କୋରୋନା ପଜିଟିଭ, ଆଉ ୧୭ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୩୧ କୋରୋନା ପଜିଟିଭ ମାମଲା ରେକର୍ଡ କରାଯାଇଛି । ସଂଗରୋଧରୁ ୬ ହଜାର ୬୨୩ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୪୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୩୨୯ ରୋଗୀ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୮୨୪ ଓ କଟକରୁ ୭୨୦ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୭୦୮, ଅନୁଗୁଳରୁ ୪୫୬, ବରଗଡରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡାରୁ ୪୧୮, ଯାଜପୁରରୁ ୩୨୮, ନୂଆପଡାରୁ ୩୧୧, ନବରଙ୍ଗପୁରରୁ ୩୦୬, ସମ୍ବଲପୁରରୁ ୩୦୨, ବଲାଙ୍ଗିରରୁ ୨୭୪, ନୟାଗଡରୁ ୨୬୯, ଭଦ୍ରକରୁ ୨୪୮, ଢେଙ୍କାନାଳରୁ ୨୪୪, କେନ୍ଦ୍ରାପଡାରୁ ୨୪୩, ବାଲେଶ୍ୱରରୁ ୨୩୦, ଗଞ୍ଜାମରୁ ୨୦୯, ମୟୂରଭଞ୍ଜରୁ ୨୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ ବୌଦ୍ଧରୁ ୧୮୩, ସୋନପୁରରୁ ୧୬୯, କେନ୍ଦୁଝରରୁ ୧୬୬, କୋରାପୁଟରୁ ୧୪୨, ରାୟଗଡାରୁ ୧୩୨,ଦେବଗଡରୁ ୧୧୮, ଜଗତସିଂହପୁରରୁ ୧୧୫ ଓ ଗଜପତିରୁ ୮୯ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଂଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ୧୭ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୪ ହଜାର ୮୭୩କୁ ବୃଦ୍ଧି ପାଇଥିବା ବେଳେ ୪ ଲକ୍ଷ ୪୭ ହଜାର ୮୬୩ ଜଣ ସୁସ୍ଥ ହୋଇଛନ୍ତି । ୯୪ ହଜାର ୭୬୦ ରୋଗୀ ଚିକିତ୍ସାଧୀନ ଅଛନ୍ତି ।