ରାଜ୍ୟରେ ୨୪ ଘଂଟାରେ ୩୦୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ୨୪ ଘଂଟାରେ ୩୦୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୩୦୩ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୭୨ ଓ ସ୍ଥାନୀୟ ଅଂଚଳରୁ ୧୩୧ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୩୧, କେନ୍ଦ୍ରାପଡାରୁ ୩୧, ସୁନ୍ଦରଗଡରୁ ୩୦, କେନ୍ଦୁଝରରୁ ୨୩, ସମ୍ବଲପୁରରୁ ୨୨, ବଲାଙ୍ଗିରରୁ ୧୮, ମୟୂରଭଞ୍ଜରୁ ୧୭, ଅନୁଗୁଳରୁ ୧୬, ବାଲେଶ୍ୱରରୁ ୧୬, କଟକରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୪ ଓ ପୁରୀରୁ ଜଣେ ଆକ୍ରାନ୍ତ ତିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୫୦୪କୁ ବୃଦ୍ଧି ପାଇଛି । ୩ ଲକ୍ଷ ୨୩ ହଜାର ୭୪୯ ଜଣ ସୁସ୍ଥ ହୋଇସାରିଛନ୍ତି । ୨ ହଜାର ୮୪୧ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

COVID-19