ରାଜ୍ୟରେ ୨ ହଜାର ୯୮୯ ନୂଆ କୋରୋନା ପଜିଟିଭ, ସୁନ୍ଦରଗଡରୁ ୬୩୧, ଖୋର୍ଦ୍ଧାରୁ ୪୩୮ | News Room Odisha

ରାଜ୍ୟରେ ୨ ହଜାର ୯୮୯ ନୂଆ କୋରୋନା ପଜିଟିଭ, ସୁନ୍ଦରଗଡରୁ ୬୩୧, ଖୋର୍ଦ୍ଧାରୁ ୪୩୮

ଭୁବନେଶ୍ୱର- ରାଜ୍ୟରେ ଗତ କୋରୋନା ସଂକ୍ରମଣରେ ଅହେତୁକ ବୃଦ୍ଧି ହେବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨ ହଜାର ୯୮୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୭୩୩ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୨୫୬ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬୩୧ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଏଥର ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୪ ଶହ ଟପିଛି । ଗୋଟିଏ ଦିନରେ ଜିଲ୍ଲାରୁ ୪୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୨୬୦, କଟକରୁ ୨୦୮, ନୂଆପଡାରୁ ୧୫୧, ସମ୍ବଲପୁରରୁ ୧୪୮, ବରଗଡରୁ ୧୨୬, ପୁରୀରୁ ୧୧୨, ବଲାଙ୍ଗୀରରୁ ୧୧୦, ଝାରସୁଗୁଡାରୁ ୮୪, ବାଲେଶ୍ୱରରୁ ୮୩, କେନ୍ଦ୍‌ୁଝରରୁ ୭୭, ଅନୁଗୁଳରୁ ୬୫, ଗଞ୍ଜାମ ଜିଲ୍ଲାରୁ ୬୩ , ଯାଜପୁରରୁ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାଏଁ ମୋଟ ୩ ଲକ୍ଷ ୫୮ ହଜାର ୩୪୨ କୋରୋନା ପଜିଟିଭ ହୋଇଛନ୍ତି । ଏଥିରୁ ୩ ଲକ୍ଷ ୪୧ ହଜାର ୭୩୩ ସୁସ୍ଥ ହୋଇସାରିଲେଣି । ୧୪ ହଜାର ୬୨୧ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।