ରାଜ୍ୟରେ ୪ ହଜାର ୮୫୧ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ୭୦୩, ସୁନ୍ଦରଗଡରୁ ୫୧୬ | News Room Odisha

ରାଜ୍ୟରେ ୪ ହଜାର ୮୫୧ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ୭୦୩, ସୁନ୍ଦରଗଡରୁ ୫୧୬

ଭୁବନେଶ୍ୱର- ରାଜ୍ୟରେ କୋରୋନାର ୪ ହଜାର ୮୫୧ ନୂଆ ମାମଲା ରେକର୍ଡ କରାଯାଇଛି । ଗତ ୨୪ ଘଂଟାରେ ସଂଗରୋଧରୁ ୨ ହଜାର ୮୧୪ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୩, ସୁନ୍ଦରଗଡରୁ ୫୧୬, ନୂଆପଡାରୁ ୪୮୬, ବରଗଡରୁ ୩୧୮ ଓ କଟକରୁ ୩୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରୁ ୨୯୦, ବଲାଙ୍ଗୀରରୁ ୨୨୭, ପୁରୀରୁ ୨୨୩, ନବରଙ୍ଗପୁରରୁ ୧୯୪, ସମ୍ବଲପୁରରୁ ୧୭୧, କେନ୍ଦୁଝରରୁ ୧୬୬, ଗଞ୍ଜାମ ଜିଲ୍ଲାରୁ ୧୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରୋନାର ଦ୍ୱିତୀୟ ଲହରରେ ଗଂଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ଦୈନିକ କୋରୋନା ସଂକ୍ରମଣ ୧୦୦ ଟପିଛି ।

ଅନ୍ୟାନ୍ୟ ଜିଲ୍ଲା ମଧ୍ୟରେ ଅନୁଗୁଳରୁ ୧୧୧, ରାୟଗଡାରୁ ୮୫, ମୟୂରଭଂଜରୁ ୭୮, କଳାହାଣ୍ଡିରୁ ୭୯, ଭଦ୍ରକରୁ ୭୩, ନୟାଗଡରୁ ୬୬, ଯାଜପୁରରୁ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।