ରାଜ୍ୟରେ ୮ ହଜାର ୯୧୪ ନୂଆ କୋରୋନା ରୋଗୀ, ଖୋର୍ଦ୍ଧାରୁ ସର୍ବାଧିକ ୧୨୫୮ | News Room Odisha

ରାଜ୍ୟରେ ୮ ହଜାର ୯୧୪ ନୂଆ କୋରୋନା ରୋଗୀ, ଖୋର୍ଦ୍ଧାରୁ ସର୍ବାଧିକ ୧୨୫୮

ଭୁବନେଶ୍ୱର- ରାଜ୍ୟରେ ୮ ହଜାର ୯୧୪ ନୂଆ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫ ହଜାର ୮୧ ଏବଂ ସ୍ଥାନୀୟ ଅଂଚଳରୁ ୩ ହଜାର ୮୩୩ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୨୫୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୫୯୨, କଟକରୁ ୫୮୭, ପୁରୀରୁ ୫୩୦, ସମ୍ବଲପୁରରୁ ୫୨୦, ବରଗଡରୁ ୪୫୨, ନବରଙ୍ଗପୁରରୁ ୪୩୩, ଭଦ୍ରକରୁ ୩୫୧, ଅନୁଗୁଳରୁ ୩୩୧, ଝାରସୁଗୁଡାରୁ ୩୦୪, ବଲାଙ୍ଗିରରୁ ୨୯୧, ନୂଆପଡାରୁ ୨୭୮, ଗଞ୍ଜାମରୁ ୨୬୨ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ୨୩୨, ନୟାଗଡରୁ ୧୯୪, ବାଲେଶ୍ୱରରୁ ୧୭୯, ବୌଦ୍ଧରୁ ୧୭୫, ଗଜପତିରୁ ୧୬୫, ରାୟଗଡାରୁ ୧୫୭, ଢେଙ୍କାନାଳରୁ ୧୪୯, କୋରାପୁଟରୁ ୧୪୫, ମୟୂରଭଞ୍ଜରୁ ୧୩୪, କେନ୍ଦ୍ରାପଡାରୁ ୧୩୨, କେନ୍ଦୁଝରରୁ ୧୦୪, ଦେବଗଡରୁ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୧ ହଜାର ୫୩୬କୁ ବୃଦ୍ଧି ପାଇଥିବା ବେଳେ ଏଥିରୁ ୩ ଲକ୍ଷ ୯୭ ହଜାର ୫୭୫ ସୁସ୍ଥ ହୋଇସାରିଲେଣି । ୭୧ ହଜାର ୮୩୫ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ଆଉ ୫ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । କୋରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨ ହଜାର ୭୩କୁ ବୃଦ୍ଧି ପାଇଛି ।