ରାଜ୍ୟର ୧୬୦ ସେସନସାଇଟରେ ହେବ ଟିକାକରଣ, ପ୍ରତି ସାଇଟରେ ୧୦୦ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା | News Room Odisha

ରାଜ୍ୟର ୧୬୦ ସେସନସାଇଟରେ ହେବ ଟିକାକରଣ, ପ୍ରତି ସାଇଟରେ ୧୦୦ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ରାଜ୍ୟର୧୬୦ ସେସନ ସାଇଟରେ ହେବ ଟିକାକରଣ । ପ୍ରତି ସାଇଟରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ସରକାରୀ ଓ ଘରୋଇ ହସପିଟାଲ୍‌, ସିଏଚସି ଓ ପିଏଚସିରେ ଟିକାକରଣ ହେବ । ଟିକାକରଣ ପାଇଁ ରାଜ୍ୟକୁ ପର୍ଯ୍ୟାୟକ୍ରମେ ଉପକରଣ ଆସୁଛି ବୋଲି ସେ କହିଛନ୍ତି । ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟରେ ଉପକରଣ ଉପଲବ୍ଧ ଅଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ଆଜି ଟିକାକରଣ ନେଇ ସଂପର୍କିତ ବୈଠକ ହୋଇଥିଲା । ଦେଶରେ ଆସନ୍ତା ୧୬ ତାରିଖରୁ କୋଭିଡ ଟିକାକରଣ ଆରମ୍ଭ ହେବ ।

COVID-19