ରାଜ୍ୟର ୧ ହଜାର ୩୭୯ ନୂଆ କୋରୋନା ସଂକ୍ରମିତ ଚିହ୍ନଟ,ସୁନ୍ଦରଗଡରୁ ୩୧୭, ଖୋର୍ଦ୍ଧାରୁ ୧୫୮ | News Room Odisha

ରାଜ୍ୟର ୧ ହଜାର ୩୭୯ ନୂଆ କୋରୋନା ସଂକ୍ରମିତ ଚିହ୍ନଟ,ସୁନ୍ଦରଗଡରୁ ୩୧୭, ଖୋର୍ଦ୍ଧାରୁ ୧୫୮

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ଆଉ ୧ ହଜାର ୩୭୯ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୮୦୮ ଓ ସ୍ଥାନୀୟ ଅଂଚଳରୁ ୫୭୧ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୧୭, ଖୋର୍ଦ୍ଧାରୁ ୧୫୮, ନୂଆପଡାରୁ ୯୦, ସମ୍ବଲପୁରରୁ ୮୬, ନବରଙ୍ଗପୁରରୁ ୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ବରଗଡରୁ ୬୮, କଟକରୁ ୫୬, ବଲାଙ୍ଗିରରୁ ୫୪, ମୟୂରଭଞ୍ଜରୁ ୪୯, ପୁରୀରୁ ୪୩ ଓ ଝାରସୁଗୁଡାରୁ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଲଗାତର ତୃତୀୟ ଦିନ ଧରି ୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୯ ହଜାର ୫୬୧କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୩୯ ହଜାର ୬୦୩ ଜଣ ରୋଗୀ ସୁସ୍ଥ ହେଲେଣି । ୭ ହଜାର ୯୭୯ ଜଣ ଚିକିତ୍ସାଧୀନ ଅଛନ୍ତି ।

COVID-19