ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଦୁ୍‌ର୍ଘଟଣାଗ୍ରସ୍ତ, ଚାଳକ ଆହତ, ମନ୍ତ୍ରୀ ସୁରକ୍ଷିତ | News Room Odisha

ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଦୁ୍‌ର୍ଘଟଣାଗ୍ରସ୍ତ, ଚାଳକ ଆହତ, ମନ୍ତ୍ରୀ ସୁରକ୍ଷିତ

ଜୟପୁର- ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । କୋରାପୁଟ-ବୋରିଗୁମ୍ମା ରାଜ୍ୟ ରାଜପଥ-୩୨୬ର ଛତର୍ଲା ନିକଟରେ ମନ୍ତ୍ରୀଙ୍କ ଇନୋଭା କାର୍ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ମନ୍ତ୍ରୀ ଦିଆନଙ୍କ କାର୍ ଡ୍ରାଇଭଲ ସାମାନ୍ୟ ଆହତ ହୋଇଛନ୍ତି । ବାଇକ ଚାଳକଙ୍କ ବାମଗୋଡରେ ଗୁରୁତର ଆଘାତ ଲାଗିଛି । ମନ୍ତ୍ରୀ ଦିଆନ ସୁରକ୍ଷିତ ଅଛନ୍ତି ।