ରାୟଗଡାରୁ ଚୋରାଚାଲାଣ ବେଳେ ୧୫୩ କିଲୋ ରତ୍ନପଥର ଜବତ | News Room Odisha

ରାୟଗଡାରୁ ଚୋରାଚାଲାଣ ବେଳେ ୧୫୩ କିଲୋ ରତ୍ନପଥର ଜବତ

ରାୟଗଡା- ରାୟଗଡାରୁ ୧୫୩ କିଲୋଗ୍ରାମ ରତ୍ନପଥର ଜବତ ହୋଇଛି । ମୂଲ୍ୟବାନ ରତ୍ନପଥରଗୁଡିକ ଚୋରାଚାଲାଣ ହେଉଥିବା ବେଳେ ଏସଟିଏଫ ଜବତ କରିଛି । ଏହି ମାମଲାରେ ଜିତେନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଗୋଟିଏ ଗାଡିକୁ ବି ଜବତ କରିଛି ଏସଟିଏଫ । ରୁବି, ପାନା,କଳାହୀର, ମୁନଷ୍ଟୋନ ଭଳି ବହୁ ମୂଲ୍ୟବାନ ରତ୍ନପଥର ଜବତ ହୋଇଛି । ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବେଆଇନ୍ ଭାବେ ରତ୍ନପଥର ଚୋରାଚାଲାଣ ହେଉଥିବାର ଅଭିଯୋଗ ହୋଇଛି ।