ରାୟଗଡା ଜିଲ୍ଲା ଲାକରିସ ଗାଁରେ ଅଘଟଣ, ପାଳଗଦାରେ ନିଆଁ ଲାଗି ଜଳିଗଲେ ଦୁଇ ଝିଅ | News Room Odisha

ରାୟଗଡା ଜିଲ୍ଲା ଲାକରିସ ଗାଁରେ ଅଘଟଣ, ପାଳଗଦାରେ ନିଆଁ ଲାଗି ଜଳିଗଲେ ଦୁଇ ଝିଅ

କାଶୀପୁର – ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକରିସ ଗାଁରେ ଆଜି ଏକ ହୃଦୟ ବିଦାରକ ଘଟଣାରେ ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଖବର ମିଳିଛି ଯେ, ୨ ଶିଶୁ ଗାଁର କ୍ଷେତ ନିକଟରେ ଥିବା ପାଳଗଦାରେ ଖେଳୁଥିବା ବେଳେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ଗାଁର ମାନିଙ୍ଗ ମାଝୀଙ୍କ ୩ ବର୍ଷିୟା ଝିଅ କୁମାରୀ ଓ ୪ ବର୍ଷିଆ ଝିଅ ଦିବ୍ୟା ପ୍ରାଣ ହରାଇଛନ୍ତି । ଆଜି ଦିନ ୧୧ଟାରେ ଏହି ଘଟଣା ଘଟିଥିଲା । ଘଟଣା ଗାଁ ଲୋକଙ୍କୁ ଶୋକାଭିଭୂତ କରିଛି ।