ରେଶମ ସହରବାସୀଙ୍କୁ ନୂଆବର୍ଷ ଭେଟି, ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ | News Room Odisha

ରେଶମ ସହରବାସୀଙ୍କୁ ନୂଆବର୍ଷ ଭେଟି, ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର- ରେଶମ ସହରବାସୀଙ୍କୁ ମିଳିଛି ନୂଆବର୍ଷ ଭେଟି । ସହରର କେନ୍ଦ୍ରସ୍ଥଳରେ ନବନିର୍ମିତ ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି ।

ସହରର ୧୫୦ ବର୍ଷ ପୁରୁଣା ରାମେଲିଙ୍ଗେଶ୍ୱର ପୋଖରୀର ପୁନରୁଦ୍ଧାର କରାଯାଇ ନିର୍ମିତ ହୋଇଛି ଭବ୍ୟ ପ୍ରମୋଦ ଉଦ୍ୟାନ । ଏହି ଉଦ୍ୟାନ ୮ ଦଶମିକ ୧୫ ଏକର ଜାଗା ଉପରେ ନିର୍ମିତ ହୋଇଛି । ଏଥିରେ ୧୫ ଶହ ବର୍ଗମିଟର ବ୍ୟାପୀ ଏକ ସୁନ୍ଦର ବଗିଚା, ୬ଟି ୱାଚ ଟାୱାର ଓ ୱାଟର ଫାଉଂଟେନ ରହିଛି । ଉଦ୍ୟାନର କେନ୍ଦ୍ରସ୍ଥଳରେ ଶିବଙ୍କର ୩୫ ଫୁଟ ଉଚ୍ଚତାର ମୂର୍ତି ନିର୍ମାଣ କରାଯାଇଛି । ଏପରି ଏକ ଭବ୍ୟ ପାର୍କ ନିର୍ମାଣ ହୋଇଥିବାରୁ ରେଶମସହରବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଉଦଘାଟନୀ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ତଥା ମହାନଗର ନିଗମ ପ୍ରଶାସକ ବିଜୟ ଅମୃତ କୁଲାଙ୍ଗେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।