ରେସଲିଂ ମ୍ୟାଚ୍‌ରେ ପରାଜୟ ପରେ ଗୀତା ଓ ବବିତାଙ୍କ ଭଉଣୀ ରିତିକାଙ୍କ ଆତ୍ମହତ୍ୟା | News Room Odisha

ରେସଲିଂ ମ୍ୟାଚ୍‌ରେ ପରାଜୟ ପରେ ଗୀତା ଓ ବବିତାଙ୍କ ଭଉଣୀ ରିତିକାଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ – ଭାରତର ଷ୍ଟାର ମହିଳା ରେସଲର ଗୀତା ଓ ବବିତା ଫୋଗଟଙ୍କ ଜଣେ ସମ୍ପର୍କୀୟ ଭଉଣୀ ରିତିକା ଫୋଗଟ୍ ଆତ୍ମହତ୍ୟା କରିଛନ୍ତି । ଏକ ରେସଲିଂ ମ୍ୟାଚ୍‌ରେ ହାରିଯିବା ଯୋଗୁଁ ମାନସିକ ଅବସାଦରେ ସେ ଏହି ଚରମ ପଦକ୍ଷେପ ନେଇଥିବା ପୋଲିସ କହିଛି ।

୧୭ ବର୍ଷୀୟା ରିତିକା ରାଜସ୍ଥାନର ଭରତପୁରରେ ଏକ ରେସଲିଂ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ତେବେ ଫାଇନାଲରେ ସେ ପରାସ୍ତ ହୋଇଯାଇଥିଲେ । ଏହି ଦୁଃଖରେ ସେ ମାର୍ଚ୍ଚ ୧୫ରେ ଆତ୍ମହତ୍ୟା କରିଥିଲେ । ପୋଲିସ୍ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ଚରଖୀ ଦାଦରୀ ଡିଏସ୍‌ପି ରାମ ସିଂହ ବିଷ୍ଣୋଇ କହିଛନ୍ତି ।

ରିତିକା ରାଜସ୍ଥାନ ଭରତପୁର ଗାଁର ବାସିନ୍ଦା । ସେ ଗତ ଚାରି ବର୍ଷ ଧରି ଚାରଖି ଦାଦ୍ରି ସ୍ଥିତ ବଲାଲି ଗାଁରେ ତାଙ୍କ ମାମୁଁ ତଥା ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ରେସଲିଂ ପ୍ରଶିକ୍ଷକ ମହାବୀର ସିଂହ ଫୋଗଟଙ୍କ ଘରେ ରହୁଥିଲେ । ରିତିକା ମହାବୀର ଫୋଗଟ ସ୍ପୋର୍ଟ୍ସ ଏକାଡେମୀରେ ତାଲିମ ନେଉଥିଲେ । ତେବେ ଫାଇନାଲ ମ୍ୟାଚରେ ହାରିବା ପରେ ମାର୍ଚ୍ଚ ୧୫ରେ ତାଙ୍କ ମାମୁଁ ଘରେ ଏକ ସିଲିଂ ଫ୍ୟାନରେ ରସି ଲଗାଇ ସେ ଆତ୍ମହତ୍ୟା କରିଥିଲେ ।