ଲଣ୍ଡନରୁ ଦିଲ୍ଲୀ ଫେରିଥିବା ଫ୍ଲାଇଟରେ ୫ ପଜିଟିଭ୍ ଚିହ୍ନଟ, ନୂଆ ଷ୍ଟ୍ରେନ୍ ନେଇ ଆଶଙ୍କା

ନୂଆଦିଲ୍ଲୀ – ଲଣ୍ଡନରେ କରୋନାଭାଇରସ୍ ର ନୂଆ ଷ୍ଟ୍ରେନ୍ ମିଳିବା ପରେ ବିଶ୍ବବ୍ୟାପୀ ଆତଙ୍କ ଖେଳିଯାଇଛି | ଗତକାଲି ରାତିରେ ଲଣ୍ଡନରୁ ଫ୍ଲାଇଟରେ ଦିଲ୍ଲୀ ଫେରିଥିବା ୨୬୬ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ସେମାାନେ କରୋନାର ନୂୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ କି ନୁହେଁ ତାହା ନିଶ୍ଚିତ କରିବାକୁ ସେମାନଙ୍କ ନମୁନାକୁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) କୁ ପଠାଯାଇଛି । ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ଆଇସୋଲେସନରେ ରଖାଯାଇଛି | ଦିଲ୍ଲୀର କୋଭିଡ -୧୯ ନୋଡାଲ ଅଫିସର ମଙ୍ଗଳବାର ସମ୍ବାଦ ଏଜେନ୍ସିକୁ ଏହି ସୂଚନା ଦେଇଛନ୍ତି।

ସେହିପରି ଲଣ୍ଡନରୁ ମୁମ୍ବାଇକୁ ଫେରିଥିବା ଦୁଇ ବିମାନ ଯାତ୍ରୀଙ୍କୁ ମଧ୍ୟ ବିମାନ ବନ୍ଦରରୁ ହୋଟେଲକୁ ନିଆଯାଇଥିଲା। ସେଠାରେ ଉଭୟଙ୍କୁ ଆଇସୋଲେସନରେ ରଖାଯାଇଛି । ତେବେ କିଛି ଯାତ୍ରୀ ଏଥିରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଏହା ପୂର୍ବରୁ ସେମାନଙ୍କ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲା । ନିକଟରେ ଲଣ୍ଡନରେ କରୋନାର ଏକ ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଛି | ଏହା ୭୦% ଅଧିକ ସଂକ୍ରାମକ ବୋଲି ମନେ କରାଯାଉଛି ।

Comments are closed.