ଲଦାଖ ସୀମାରୁ ସେନା ପ୍ରତ୍ୟାହାର ଆରମ୍ଭ କଲେ ଭାରତ, ଚୀନ | News Room Odisha

ଲଦାଖ ସୀମାରୁ ସେନା ପ୍ରତ୍ୟାହାର ଆରମ୍ଭ କଲେ ଭାରତ, ଚୀନ

ନୂଆଦିଲ୍ଲୀ – ଦୀର୍ଘ ୯ ମାସ ମୁହାଁମୁହିଁ ସ୍ଥିତି ପରେ ଏଲ୍‌ଏସିରେ ଉତ୍ତେଜନା ହ୍ରାସ ପାଇଁ ଭାରତ ଓ ଚୀନ୍ ସେନା ମଧ୍ୟରେ ସହମତି ହୋଇଛି । ଲଦାଖ ସୀମାବର୍ତ୍ତୀ ପାଙ୍ଗୋଙ୍ଗ୍ ସ’ ହ୍ରଦର ଉତ୍ତର ଓ ଦକ୍ଷିଣ ଭାଗରୁ ଭାରତ ଓ ଚୀନ ସୈନ୍ୟ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି । ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଏନେଇ ଘୋଷଣା କରାଯାଇଛି । ଚୀନ ଓ ଭାରତ ମଧ୍ୟରେ କମାଣ୍ଡର ସ୍ତରୀୟ ନବମ ରାଉଣ୍ଡ ବୈଠକ ପରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସହମତି ଭିତ୍ତିରେ ବିବାଦୀୟ ଅଞ୍ଚଳରୁ ସେନା ଅପସାରଣ ଆରମ୍ଭ ହୋଇଥିବା ଚୀନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ଭାରତ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନଥିଲେ ବି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏହି ପ୍ରସଙ୍ଗରେ ସଂସଦକୁ ଅବଗତ କରିବେ ବୋଲି ଆଶା କରାଯାଉଛି ।

ଜୁନରେ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏଥିରେ ଭାରତର ୨୦ ଯବାନ ସହିଦ୍ ହୋଇଥିଲେ । ଭାରତୀୟ ସେନାର ପାଲଟା ଜବାବରେ ଚୀନର ବି ଅନେକ ସୈନିକ ମୃତାହତ ହୋଇଥିଲେ । ତେବେ ଚୀନ୍ ମୃତାହତଙ୍କ ତାଲିକା ପ୍ରକାଶ କରିନଥିଲା । ସେବେଠାରୁ ଲଦାଖ୍ ସୀମା ତଥା ପାଙ୍ଗୋଙ୍ଗ୍ ସ ଅଞ୍ଚଳରେ ଉତ୍ତୋଜନା ଲାଗି ରହିଥିଲା । ଏହି ଅଞ୍ଚଳରେ ଉଭୟ ପକ୍ଷର ୨୦ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟ ମୁତୟନ ଥିଲେ । ବିବାଦର ସମାଧାନ ପାଇଁ ଭାରତ ଓ ଚୀନ ମଧ୍ୟରେ ଉଭୟ କୂଟନୈତିକ ଓ ସାମରିକ୍ତ ସ୍ତରରେ ଆଲୋଚନା ଜାରି ରହିଥିଲା ।

ଗତ ଜାନୁୟାରୀ ୨୪ରେ ମୋଲ୍‌ଡୋ-ଚୁସୁଲ ସୀମାରେ ଉଭୟ ପକ୍ଷର କମାଣ୍ଡରସ୍ତରୀୟ ବୈଠକରେ ଉତ୍ତେଜନା ହ୍ରାସ କରିବା ପଦକ୍ଷେପ ଉପରେ ସହମତି ପ୍ରକାଶ ପାଇଥିଲା । ଭ