ଲିଙ୍ଗରାଜ ମନ୍ଦିରର ଅବଢା ଅନଲାଇନରେ ବିକ୍ରି ହେବା ନେଇ ଥାନାରେ ଏତଲା | News Room Odisha

ଲିଙ୍ଗରାଜ ମନ୍ଦିରର ଅବଢା ଅନଲାଇନରେ ବିକ୍ରି ହେବା ନେଇ ଥାନାରେ ଏତଲା

ଭୁବନେଶ୍ୱର- ଲିଙ୍ଗରାଜ ମନ୍ଦିରର ଅବଢା ଅନଲାଇନରେ ବିକ୍ରି ହେବା ଅଭିଯୋଗ ହୋଇଛି । ଏ ନେଇ ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଏତଲା ଦେଇଛି ବ୍ରାହ୍ମଣ ନିଯୋଗ । ଅନଲାଇଇନ ବିକ୍ରି ଦ୍ୱାରା ଅବଢାର ମର୍ଯ୍ୟାଦା ହାନି ହୋଇଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛି ନିଯୋଗ । ଅବଢା ବିକ୍ରିରେ ସଂପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ପୂର୍ବରୁ ପୁରୀ ଶ୍ରୀମନ୍ଦିରର ନିର୍ମାଲ୍ୟ ଅନଲାଇନ ପ୍ଲାଟଫର୍ମରେ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ଆସିଥିଲା ।