ଲୋକସଭା ବାଚସ୍ପତି ଓମ୍ ବିର୍ଲା କରୋନା ପଜିଟିଭ୍‌, ଏମ୍ସରେ ଭର୍ତ୍ତି | News Room Odisha

ଲୋକସଭା ବାଚସ୍ପତି ଓମ୍ ବିର୍ଲା କରୋନା ପଜିଟିଭ୍‌, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ – ଲୋକସଭା ବାଚସ୍ପତି ଓମ୍ ବିର୍ଲା କରୋନାରେ ସଂକମ୍ରିତ ହୋଇଛନ୍ତି । କୋଭିଡ୍‌-୧୯ ପଜିଟିଭ୍ ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ହସ୍ପିଟାଲ୍ ତରଫରୁ କୁହାଯାଇଛି ।

ବିର୍ଲା ମାର୍ଚ୍ଚ ୧୯ରେ କରୋନାରେ ସଂକ୍ରମିତ ହୋଇଥିଲେ । ତା’ପରଦିନ ଅର୍ଥାତ୍ ମାର୍ଚ୍ଚ ୨୦ରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ।
ଭାରତରେ ଏବେ କରୋନା ଗ୍ରାଫ୍ ପୁଣି ଉପରମୁହାଁ ହେବାରେ ଲାଗିଛି । ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବଢ଼ି ଚାଲିଛି । ଆଜି ପୁଣି ଦେଶରେ ୪୩,୮୪୬ ମାମଲା ଚିହ୍ନଟ ହୋଇଛନ୍ତି, ଯାହା କି ଚାରି ମାସରେ ସର୍ବାଧିକ । ଗତ ୨୪ ଘଣ୍ଟାରେ ଏହି ରୋଗରେ ଆଉ ୧୯୭ ଜଣଙ୍କ ମୃତ୍ୟୁ ହୋଇଛି ।