ଶହୀଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ : ନବୀନ | News Room Odisha

ଶହୀଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ : ନବୀନ

ଶହୀଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ : ନବୀନ

ଶହୀଦ କୋଭିଡ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇଥିଲେ ଏବଂ ଶହୀଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ ବୋଲି କହିଥିଲେ ୤ କୋଭିଡ ବିରୁଦ୍ଧରେ ଏହି ଲଢେଇରେ ଆମ ନିଶ୍ଚିୟ ଜିତିବା୤ ବୋଲି ମୁଖ୍ୟମନ୍ତ୍ରୀ ଦୃଢତା ର ସହ କହିଥିଲେ ।
ଶହୀଦ କୋଭିଡ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ପାଇଁ ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ୤ ଏଥିରେ ଶହୀଦ ହୋଇଥିବା ସବୁ କୋଭିଡ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ୤

ମୁଖ୍ୟମନ୍ତ୍ରୀ କହିଥିଲେ, “ ଆପଣଙ୍କ ପରିବାରର ତ୍ୟାଗକୁ ଏ ଜାତି ସବୁବେଳେ ସମ୍ମାନର ସହ ମନେ ରଖିବ୤” ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୦ ଥିଲା ମାନବ ଇତିହାସର ଏକ ସଂକଟମୟ ବର୍ଷ ୤ ସାରା ବିଶ୍ବ ସହ ଓଡିଶା ମଧ୍ୟ ଏହି ସଂକଟର ସାମନା କରିଛି ଏବଂ ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କ ନିଷ୍ଠା, ତ୍ୟାଗ ଓ ସେବା ଯୋଗୁ ଆମେ ଆଜି ଭଲ ସ୍ଥିତିରେ ରହିଛୁ ୤
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଦୁଃଖର କଥା ଯେ ଏହି ଯୁଦ୍ଧରେ ଆମର ୧୦୦ରୁ ଅଧିକ କୋଭିଡ ଯୋଦ୍ଧା ଶହୀଦ ହୋଇଛନ୍ତି୤ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ୤ ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାର ଆପଣମାନଙ୍କ ସହିତ ଅଛନ୍ତି ୤ଏ ଶୂନ୍ୟତା କେବେ ବି ପୂରଣ କରିହେବ ନାହିଁ୤ ଆମେ କେବଳ ଆପଣମାନଙ୍କୁ ଏତିକି ସହାୟତା କରିପାରିବୁ ଯେଉଁଥିରେ ସେମାନଙ୍କୁ ପରିବାରର ସଦସ୍ୟଙ୍କ ପରଲୋକ ଯୋଗୁ ଯେପରି ଆପଣଙ୍କ ପରିବାର କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ୤ ସରକାର ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଥିଲେ୤।

ମାଲକାନଗିରି, କଟକ, ବରଗଡ, ବାଲେଶ୍ବର ଓ ଗଞ୍ଜାମରେ ଉପସ୍ଥିତ ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାର ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ୤ ଶହୀଦ ମାନଙ୍କ ପରିବାରବର୍ଗ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧା ଓ ସହାୟତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ୤।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଓ ତତ୍ ସେ କହିଥିଲେ ୤।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଥିଲେ ଯେ ଓଡିଶା ଅତ୍ୟନ୍ତ ସଫଳତାର ସହ କୋଭିଡ ଯୁଦ୍ଧର ମୁକାବିଲା କରିଛି୤ ଏଥିରେ ୧୦୧ ଜଣ କୋଭିଡ ଯୋଦ୍ଧା ଶହୀଦ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୯୬ ଜଣ ଶହୀଦଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯାଇଛି୤ ଆସନ୍ତା ୨ ଦିନ ମଧ୍ୟରେ ବାକି ୫ ଜଣ ଶହୀଦଙ୍କ ପରିବାରକୁ ସହାୟତା ଦିଆଯିବ୤।

ଏହି କାର୍ଯ୍ୟକ୍ରମରେ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ସଂପର୍କରେ ଏକ ଭିଡିଓ ଚିତ୍ର ପଦର୍ଶନ କରାଯାଇଥିଲା୤ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ୤ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ୤।

CM Naveen PatnaikOdisha Police