ଶ୍ରୀଜିଉଙ୍କ ସୁନାବେଶ ନୀତିରେ ବିଳମ୍ବ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ | News Room Odisha

ଶ୍ରୀଜିଉଙ୍କ ସୁନାବେଶ ନୀତିରେ ବିଳମ୍ବ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ- ପବିତ୍ର ଦେବାଭିଷେକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ ହୋଇଛି । ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ତେବେ, ଶ୍ରୀଜିଉଙ୍କ ସୁନାବେଶ ନୀତିରେ ୬ ଘଂଟା ବିଳମ୍ବ ହୋଇଥିଲା । ନୀତି ବିଳମ୍ବ ଘଟଣାର ତଦନ୍ତ କରିବା ପାଇଁ ନୀତି ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ନୀତି ପ୍ରଶାସକଙ୍କ ରିପୋର୍ଟ ଆଧାରରେ ସଂପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ୨ ନିଯୋଗ ସହ ଆଲୋଚନା କରି ବିବାଦର ସମାଧାନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି ।

Puri Jagannath TempleSJTA