ଶ୍ରୀମନ୍ଦିରରେ ଆଜିଠାରୁ ପୁରୀ ସହରବାସୀଙ୍କ ଦର୍ଶନ ଆରମ୍ଭ, ୩୧ ତାରିଖ ଯାଏଁ ଚାଲିବ, ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା | News Room Odisha

ଶ୍ରୀମନ୍ଦିରରେ ଆଜିଠାରୁ ପୁରୀ ସହରବାସୀଙ୍କ ଦର୍ଶନ ଆରମ୍ଭ, ୩୧ ତାରିଖ ଯାଏଁ ଚାଲିବ, ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା

ପୁରୀ- ଶ୍ରୀମନ୍ଦିରରେ ଆଜିଠାରୁ ସହରବାସୀଙ୍କ ଦର୍ଶନ ଆରମ୍ଭ ହୋଇଛି । ଡିସେମ୍ବର ୩୧ ତାରିଖ ଯାଏଁ ପୁରୀ ସହରବାସୀ ହିଁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ।

ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରିଛି ପ୍ରଶାସନ । ଚିରୁକୁଟି ଓ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଚିରୁକୁଟି ନ ପାଇଥିଲେ ଜଗନ୍ନାଥବଲ୍ଲଭରୁ ପରିଚୟ ପତ୍ର ଦେଖାଇ ଚିରୁକୁଟି ଭକ୍ତ । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଦର୍ଶନ ବ୍ୟବସ୍ଥା ସମୀକ୍ଷା କରିଛନ୍ତି ।

୨୩ ତାରିଖରେ ପୁଣି ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମ ତିନି ଦିନ ସେବାୟତଙ୍କ ପରିବାର ସଦସ୍ୟ ଦର୍ଶନ କରିଥିଲେ । ସର୍ବସାଧାରଣ ଦର୍ଶନ ଆସନ୍ତାମାସ ୩ ତାରିଖରୁ ଆରମ୍ଭ ହେବ ।

Puri Jagannath Temple