ଶ୍ରୀମନ୍ଦିର କୋଭିଡ ପରିଚାଳନା ବୈଠକ, ବାହାର ଚନ୍ଦନ ଯାତ୍ରା ଉପରେ ଛତିଶା ନିଯୋଗ ବୈଠକରେ ହେବ ନିଷ୍ପତ୍ତି | News Room Odisha

ଶ୍ରୀମନ୍ଦିର କୋଭିଡ ପରିଚାଳନା ବୈଠକ, ବାହାର ଚନ୍ଦନ ଯାତ୍ରା ଉପରେ ଛତିଶା ନିଯୋଗ ବୈଠକରେ ହେବ ନିଷ୍ପତ୍ତି

ପୁରୀ – ଏ ବର୍ଷ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ବାହାରେ କରାଯିବ କି ନାହିଁ , ସେ ନେଇ ଆଜି ବସିଥିବା ଶ୍ରୀମନ୍ଦିର କୋଭିଡ ପରିଚାଳନା କମିଟି ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଏନେଇ ପରେ ନିଷ୍ପତ୍ତି ନିଆଯିବ । ବୈଠକ ଭର୍ଚୁଆଲ ବସିଥିଲା ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ବୈଠକରେ ଅଧ୍ୟକ୍ଷତା କରିଥିଲେ । ଚନ୍ଦନ ଯାତ୍ରା ଏଥର ନରେନ୍ଦ୍ର ପୁଷ୍କରଣୀରେ ଆୟୋଜନ ହେବ କି ନାହିଁ , ତାହା ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯିବ । ତା ପୂର୍ବରୁ ପୁରୀ ଜିଲ୍ଲାପାଳ ଏକ ବୈଠକରେ ଏ ନେଇ ସବୁ ପକ୍ଷ ସହ ଆଲୋଚନା କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ଡକ୍ଟର କ୍ରିଷନ କୁମାର ସୂଚନା ଦେଇଛନ୍ତି । ଆଜିର ବୈଠକରେ ମୁଖ୍ୟତଃ ସେବାୟତ, ଶ୍ରୀମନ୍ଦିର କର୍ମଚାରୀମାନଙ୍କ ଟିକାକରଣ ସଂପର୍କରେ ଆଲୋଚନା ହୋଇଥିଲା ।