ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଐତିହ୍ୟ କରିଡର ଚୂଡାନ୍ତ ନକ୍ସାକୁ ଅନୁମୋଦନ, ବୈଠକରେ ଯୋଗ ଦେଲେ ମୁଖ୍ୟ ଶାସନ ସଚିବ | News Room Odisha

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଐତିହ୍ୟ କରିଡର ଚୂଡାନ୍ତ ନକ୍ସାକୁ ଅନୁମୋଦନ, ବୈଠକରେ ଯୋଗ ଦେଲେ ମୁଖ୍ୟ ଶାସନ ସଚିବ

ପୁରୀ – ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଐତିହ୍ୟ କରିଡର ଚିଠାର ଚୂଡାନ୍ତ ନକ୍ସାର ଅନୁମୋଦନ କରାଯାଇଛି । ବୈଠକ ପୂର୍ବରୁ ଚୂଡାନ୍ତ ନକ୍ସାକୁ ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇଥିଲା । ସ୍ଥାନୀୟ ନିଳାଦ୍ରୀ ଭକ୍ତ ନିବାସରେ ହୋଇଥିବା ବୈଠକରେ ଏନଏମଏ ବାଇ ଲ’ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ ହୋଇଥିଲା । ବୈଠକରେ ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଯୋଗ ଦେଇଛନ୍ତି । ପ୍ରଥମ ଥର ପାଇଁ ଜଣେ ମୁଖ୍ୟ ଶାସନ ସଚିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଯୋଗ ଦେଇଥିଲେ । ୩ ବର୍ଷିଆ ପରିଚାଳନା କମିଟିର ଏହା ହେଉଛି ଶେଷ ବୈଠକ ।