ଶ୍ରୀରାମ ନବମୀରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି, ରଥ ନିର୍ମାଣ ପାଇଁ କାଠ ଚିରଟ ପ୍ରକ୍ରିୟା ଅନୁକୂଳ | News Room Odisha

ଶ୍ରୀରାମ ନବମୀରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି, ରଥ ନିର୍ମାଣ ପାଇଁ କାଠ ଚିରଟ ପ୍ରକ୍ରିୟା ଅନୁକୂଳ

ପୁରୀ – ଆଜି ପବିତ୍ର ଶ୍ରୀରାମ ନବମୀ । ଶ୍ରୀମନ୍ଦିରରେ ପାରମ୍ପରିକ ଭାବେ ସ୍ୱତନ୍ତ୍ର ରୀତିନୀତିରେ ପାଳନ ହେବ ଶ୍ରୀରାମ ନବମୀ । ମଧ୍ୟାହ୍ନ ଧୂପ ପରେ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଆଜି ମଧ୍ୟ ରଥ ନିର୍ମାଣ ପାଇଁ କାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ । ବିଧି ପରମ୍ପରା ଅନୁଯାୟୀ କଟକ ଖପୁରିଆ ସ’ ମିଲରେ ରଥକାଠ ଚିରଟ ଅନୁକୂଳ ହେବ ।