ସଂକ୍ରମଣ ବଢୁଥିବାରୁ କୋଭିଡ ସେଂଟର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ, ସିଡିଏମଓ,ମ୍ୟୁନିସିପାଲ କମିଶନରଙ୍କୁ ଏସିଏସଙ୍କ ଚିଠି | News Room Odisha

ସଂକ୍ରମଣ ବଢୁଥିବାରୁ କୋଭିଡ ସେଂଟର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ, ସିଡିଏମଓ,ମ୍ୟୁନିସିପାଲ କମିଶନରଙ୍କୁ ଏସିଏସଙ୍କ ଚିଠି

ଭୁବନେଶ୍ୱର- ସଂକ୍ରମଣ ପୁଣି ବଢୁଥିବାରୁ ରାଜ୍ୟରେ କୋଭିଡ ସେଂଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର । ଏ ନେଇ ସେ ସମସ୍ତ ଜିଲ୍ଲାପାଳ, ସିଡିଏମଓ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ।

କମ୍ ଲକ୍ଷଣ ଥିବା ଲୋକଙ୍କୁ ହୋମ୍ ଆଇସୋଲେସନ ବା ଗୃହ ପୃଥକବାସରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ହୋମ୍ ଆଇସୋଲେସନ ସୁବିଧା ନ ଥିଲେ କ୍ୱାରେଂଟାଇନ ସେଂଟରରେ ରଖାଯିବ । କୋଭିଜ କେୟାର ସେଂଟରରେ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାର କୋଭିଡ ସ୍ଥିତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।