ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ଇଡି ନୋଟିସ | News Room Odisha

ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ଇଡି ନୋଟିସ

ମୁମ୍ବାଇ – ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୋଟିସ ପଠାଇଛି। ପିଏମସି ବ୍ୟାଙ୍କ ସ୍କାମ ମାମଲାର ତଦନ୍ତ ସମ୍ପର୍କରେ ଏହି ନୋଟିସ ପଠାଯାଇଛି। ୨୯ ଡିସେମ୍ବରରେ ବର୍ଷା ରାଉତଙ୍କୁ ପଚରାଉଚରା ପାଇଁ ଡକାଯାଇଛି।

ସୂଚନାନୁସାରେ, ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀ ପ୍ରବୀଣ ରାଉତଙ୍କୁ କିଛି ଦିନ ପୂର୍ବରୁ ଇଡି ଗିରଫ କରିଥିଲା। ପ୍ରବୀଣ ରାଉତଙ୍କ ଆକାଉଣ୍ଟରୁ ବର୍ଷା ରାଉତଙ୍କ ଆକାଉଣ୍ଟକୁ ୫୦ ଲକ୍ଷ ଟଙ୍କା ପଠାଯାଇଥିଲା ​​। ଇଡି ଜାଣିବାକୁ ଚାହୁଁଛି ଯେ ଏହି କାରବାର କିପରି ହୋଇଥିଲା ଏବଂ ଏହାର କାରଣ କ’ଣ? ଏ ବାବଦରେ ତଥ୍ୟ ସଂଗ୍ରହ କରିବା ପାଇଁ ବର୍ଷା ରାଉତଙ୍କୁ ଡକାଯାଇଛି।

ରାଜ୍ୟସଭା ନିର୍ବାଚନ ପାଇଁ ସଞ୍ଜୟ ରାଉତ ଦାଖଲ କରିଥିବା ସତ୍ୟପାଠରେ ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ପ୍ରବୀଣ ରାଉତଙ୍କ ଆକାଉଣ୍ଟରରୁ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଲୋନ୍ ଭାବେ କିଛି ଟଙ୍କା ନିଆଯାଇଛି। ଏହି ନେଣଦେଣ ବିଷୟରେ ଇଡି ଏବେ ଜାଣିବାକୁ ଚାହୁଁଛି ।

Shiv Sena Leader Sanjay Rout