ସରକାରୀ ହସ୍ପିଟାଲରୁ ଚୋରି ହୋଇଗଲା ୩୫୦ ଡୋଜ୍ କରୋନା ଟିକା | News Room Odisha

ସରକାରୀ ହସ୍ପିଟାଲରୁ ଚୋରି ହୋଇଗଲା ୩୫୦ ଡୋଜ୍ କରୋନା ଟିକା

ଜୟପୁର – ଦେଶର ଅନେକ ରାଜ୍ୟରେ କରୋନା ଟିକାର ଅଭାବ ନେଇ ଅଭିଯୋଗ ହେଉଥିବାବେଳେ ଏବେ ଟିକା ଚୋରି ନେଇ ଖବର ଆସିଛି । ରାଜସ୍ଥାନର ରାଜଧାନୀ ଜୟପୁରରୁ ଏଭଳି ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି।

ଜୟପୁରର ଏକ ସରକାରୀ ଡାକ୍ତରଖାନାରୁ ୩୨୦ ଡୋଜ୍ ‘କୋଭାକ୍ସିନ’ ଟିକା ଚୋରି ହୋଇଯାଇଛି। ଏହି ଘଟଣାରେ ଅଜ୍ଞାତ ଲୋକଙ୍କ ବିରୋଧରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ଚୋରି ମାମଲା ରୁଜୁ କରିଛି। ଏହା ପଛରେ ବେଆଇନ ଭାବେ ଟିକାକରଣ ଚଳାଇଥିବା ରାକେଟ୍ ସକ୍ରିୟ ଅଛି କି ନାହିଁ ତାହା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ କରିବ।

ଦେଶରେ କରୋନା ଟିକା ଚୋରି ହେବା ଏହା ପ୍ରଥମ ଘଟଣା | ବଡ଼ କଥା ହେଉଛି ଯେତେବେଳେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା, ଟିକା ଚୋରି ହୋଇଥିବା ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରା କାମ କରୁନଥିଲା। ଏଭଳି ସ୍ଥିତିରେ ଡାକ୍ତରଖାନାର ହିଁ କର୍ମଚାରୀ ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

ରାଜସ୍ଥାନ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ଲୋକଙ୍କ ଟିକାକରଣ କରିଛି। ରାଜ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼.ରଘୁ ଶର୍ମା ଏକ କୋଟିରୁ ଅଧିକ ଲୋକଙ୍କୁ ଟୀକାକରଣ ପାଇଁ ରାଜ୍ୟର ସ୍ବାସ୍ଥ୍ୟକର୍ମୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବହୁ ସଂଖ୍ୟାରେ ଟୀକାକରଣ ପାଇଁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।