ସାଂସଦଙ୍କ ୩୦ ପ୍ରତିଶତ ଦରମା କାଟ୍ ପ୍ରସ୍ତାବ, ଲୋକସଭାରେ ଆଗତ ହେଲା ବିଲ୍ | News Room Odisha

ସାଂସଦଙ୍କ ୩୦ ପ୍ରତିଶତ ଦରମା କାଟ୍ ପ୍ରସ୍ତାବ, ଲୋକସଭାରେ ଆଗତ ହେଲା ବିଲ୍

ନୂଆଦିଲ୍ଲୀ – କୋରୋନା ମହାମାରୀ ସଂକଟ ଯୋଗୁଁ ଆର୍ଥିକ ସଂକଟର କେନ୍ଦ୍ର ସରକାର । ମୁକାବିଲା ପାଇଁ ପାଣ୍ଠି ଯୋଗାଡର ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର । ଏଭଳି ସ୍ଥିତିରେ ସବୁ ସାଂସଦଙ୍କ ମାସିକ ଦରମା ୩୦ ପ୍ରତିଶତ ହ୍ରାସ ପାଇଁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏ ସଂପର୍କିତ ଏକ ବିଲ୍ ଆଜି ଲୋକସଭାରେ ଆଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

ସାଂସଦଙ୍କ ଦରମା, ଆଲାଉନ୍ସ ଓ ପେନସନ ସଂଶୋଧନ ବିଲ୍ ଆଗତ କରାଯାଇଛି । ଏହି ବର୍ଷ ଏପ୍ରିଲ ୬ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ସାଂସଦଙ୍କ ଦରମା କାଟ ପ୍ରସ୍ତାବକୁ ମଂଜୁରୀ ଦେଇଥିଲା । କୋଭିଡ ମହାମାରୀ ଯୋଗୁଁ ହୋଇଥିବା ଆର୍ଥିକ କ୍ଷତିର ଭରଣା ପାଇଁ ଏକ ବର୍ଷ ପାଇଁ ସଂସଦର ସଦସ୍ୟଙ୍କ ଦରମା ୩୦ ପ୍ରତିଶତ ହ୍ରାସ ପାଇଁ ପୂର୍ବ ଆଇନରେ ସଂଶୋଧନ ଅଣାଯିବ ।