ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼: ପେଟ୍ରୋଲ-ଡିଜେଲ ପରେ ବଢ଼ିଲା ଏଲପିଜି ଦର | News Room Odisha

ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼: ପେଟ୍ରୋଲ-ଡିଜେଲ ପରେ ବଢ଼ିଲା ଏଲପିଜି ଦର

ନୂଆଦିଲ୍ଲୀ – କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଦେଇଛନ୍ତି। ତୈଳ ଦରରେ କ୍ରମାଗତ ବୃଦ୍ଧି ମଧ୍ୟରେ ସରକାର ଘରୋଇ ଏଲପିଜି ସିଲିଣ୍ଡରର ଦର ମଧ୍ୟ ବୃଦ୍ଧି କରିଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରିଥିବାବେଳେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୬ ଟଙ୍କା ହ୍ରାସ କରାଯାଇଛି। ଆଜିଠାରୁ ନୂଆ ଦର ଲାଗୁ ହେବ। ସପ୍ତାହେ ବ୍ୟବଧାନ ପରେ ଆଜି ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବଢ଼ିଛି । ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୩୫ ପଇସା ବଢ଼ିଛି।

ଶେଷଥର ଡିସେମ୍ବରରେ ତୈଳ କମ୍ପାନୀ ଘରୋଇ ଏଲପିଜି ଦର ଦୁଇଥର ବଢ଼ାଇଥିଲେ । ଡିସେମ୍ବର ୨ରେ ୫୦ ଟଙ୍କା ଓ ଡିସେମ୍ବର ୧୫ରେ ଏଲପିଜି ସିଲିଣ୍ଡର ପିଛା ପୁଣି ୫୦ଟଙ୍କା ବୃଦ୍ଧି କରାଯାଇଥିଲା।

Petrol Diesel Prices Hiked