ସାହିତ୍ୟିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ ପାଇଁ ପୁୁଡୁଚେରୀକୁ ଡାକ୍ତରୀ ଟିମ ପଠାଇଲେ ରାଜ୍ୟ ସରକାର | News Room Odisha

ସାହିତ୍ୟିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ ପାଇଁ ପୁୁଡୁଚେରୀକୁ ଡାକ୍ତରୀ ଟିମ ପଠାଇଲେ ରାଜ୍ୟ ସରକାର

ଭୁବନେଶ୍ୱର- ସାହିତ୍ୟିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ ପାଇଁ ପୁଡୁଚେରୀରେ ପହଂଚିଛି ମେଡିକ।ଲ ଟିମ । ରାଜ୍ୟ ସରକାର ମେଡିକାଲ ଟିମ୍ ପଠାଇଛନ୍ତି । ମନୋଜ ଦାସ ଗତ କିଛି ଦିନ ହେଲା ଅସୁସ୍ଥ ହୋଇ ପୁଡୁଚେରୀର ଏକ ଘରୋଇ ହସପିଟାଲରେ ଭର୍ତି ହୋଇଛନ୍ତି । ମନୋଜ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ପଠାଯାଇଥିବା ଟିମର ନେତୃୃତ୍ୱ ନେଉଛନ୍ତି ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ବି.ଏନ ମହାପାତ୍ର । ସେ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ । ଅସୁୁସ୍ଥ ମନୋଜ ଦାସଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ସହ ପୁଡୁଚେରୀକୁ ସରକାର ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ପଠାଇବା ପାଇଁ ଦାବି ହୋଇ ଆସୁଥିଲା ।