ସୀମିତ ପାଠ ପଢାକୁ ନେଇ ବି ନବମ ଶ୍ରେଣୀ ପରୀକ୍ଷା ହୋଇପାରିବ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ | News Room Odisha

ସୀମିତ ପାଠ ପଢାକୁ ନେଇ ବି ନବମ ଶ୍ରେଣୀ ପରୀକ୍ଷା ହୋଇପାରିବ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧି ପାଇଁ ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ବନ୍ଦ ରଖାଯାଇଛି । କିନ୍ତୁ ନବମ ଶ୍ରେଣୀ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ଚାହୁଁଛନ୍ତି । ପାଠ ପଢା ସଂପୂର୍ଣ୍ଣ ହୋଇ ନ ଥିଲେ ବି ଯେତିକି ପାଠ ପଢାଯାଇଛି, ସେତିକି ପାଠକୁ ନେଇ ପରୀକ୍ଷା କରାଯାଇପାରେ ବୋଲି ବିଭାଗ ଚିନ୍ତା କରୁଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଏପ୍ରିଲ ୩୦ ତାରିଖ ପରେ ଯଦି ସ୍କୁଲ ଖୋଲିବା ସମ୍ଭବ ହୁଏ,ତେବେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ କି ନାହିଁ, ସେ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।