ସୁନ୍ଦରଗଡ ଜିଲ୍ଲାରେ ଆରମ୍ଭ ହେଲା ‘ସୁଦକ୍ଷ’ ତାଲିମ କାର୍ଯ୍ୟକ୍ରମ | News Room Odisha

ସୁନ୍ଦରଗଡ ଜିଲ୍ଲାରେ ଆରମ୍ଭ ହେଲା ‘ସୁଦକ୍ଷ’ ତାଲିମ କାର୍ଯ୍ୟକ୍ରମ

ସୁନ୍ଦରଗଡ- ସୁନ୍ଦରଗଡ ଜିଲ୍ଲାରେ ‘ସୁଦକ୍ଷ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ନିଖିଲ ପବନ କଲ୍ୟାମ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ନିଯୁକ୍ତି ପାଇଁ ମାଗଣ ତାଲିମ ଦିଆଯିବ । ଯୁକ୍ତ ଦୁଇ , ଯୁକ୍ତ ତିନି ପାସ୍ କରିଥିବା ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମର ସୁୁବିଧା ନେଇପାରିବେ । ସୁନ୍ଦରଗଡ, ରାଉରକେଲା, ବଣାଇଲେ ତାଲିମ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।