ସ୍ଥିତିକୁ ଦେଖି ଜୁନ୍ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ବାବଦରେ ନିଷ୍ପତ୍ତି : ଗଣଶିକ୍ଷା ମନ୍ତ୍ରୀ | News Room Odisha

ସ୍ଥିତିକୁ ଦେଖି ଜୁନ୍ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ବାବଦରେ ନିଷ୍ପତ୍ତି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର- ମାଟ୍ରିକ ପରୀକ୍ଷା ବାତିଲ ହେଉ ବୋଲି କାହାର ବି ଇଛା ନ ଥିଲା । ପରୀକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ତେବେ, ପରିସ୍ଥିତି ଯୋଗୁଁ ହିଁ ପରୀକ୍ଷାକୁ ବାତିଲ କରିବାକୁ ପଡିଲା ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଯୁକ୍ତ ଦୁଇ ପରୀକ୍ଷା ସଂପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଜୁନ୍ ପ୍ରଥମ ସପ୍ତାହରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ବ୍ୟସ୍ତ ନ ହୋଇ ଅଧ୍ୟୟନ ଉପରେ ଧ୍ୟାନ ଦିଅନ୍ତୁ ବୋଲି ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।