ସ୍ୱାଭିମାନ ଅଂଚଳ ଗସ୍ତ କରି ମାଓବାଦୀ ଦମନ ରଣନୀତିର ସମୀକ୍ଷା କଲେ ପୋଲିସ ଡିଜି | News Room Odisha

ସ୍ୱାଭିମାନ ଅଂଚଳ ଗସ୍ତ କରି ମାଓବାଦୀ ଦମନ ରଣନୀତିର ସମୀକ୍ଷା କଲେ ପୋଲିସ ଡିଜି

ମାଲକାନଗିରି- ଆଜି ସ୍ୱାଭିମାନ ଅଂଚଳରେ ଥିବା ହନ୍ତାଳଗୁଡା ବିଏସଏଫ କ୍ୟାମ୍ପରେ ମାଓବାଦୀ ଦମନ ନେଇ ରଣନୀତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ସେ ଆଇଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର.କେ ଶର୍ମା, ଡିଆଇଜି (ଏସଆଇଡବ୍ଲୁ) ଅନିରୁଦ୍ଧ ସିଂହ,ଏସପି ଋଷିକେଶ ଡି. ଖିଲାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ସମୀକ୍ଷା ବୈଠକ ପରେ ଡିଜିପି ଅଭୟ କହିଛନ୍ତି ଯେ, ବିଏସଏଫ କ୍ୟାମ୍ପ ସ୍ଥାପନ ପରେ ମାଓବାଦୀଙ୍କ ମନୋବଳ ସଂପୂର୍ଣ୍ଣ ଦୁର୍ବଳ ହୋଇଯାଇଛି । ତାଙ୍କୁ ଗାଁ ଲୋକେ ସମର୍ଥନ କରୁନାହାନ୍ତି ବୋଲି ସେ କହିଛନ୍ତି । ଆତ୍ମସମର୍ପଣ ହିଁ ମାଓବାଦୀଙ୍କର ଶେଷ ରାସ୍ତା ହିଁ ବୋଲି ସେ କହିଛନ୍ତି । ସ୍ୱାଭିମାନ ଅଂଚଳକୁ ଦ୍ୱିତୀୟ ଥର ଗସ୍ତ କରିଛନ୍ତି ଡିଜିପି ଅଭୟ ।

DGP Abhay