ହିନ୍ଦ୍ ମଜଦୂର ସଭା ପକ୍ଷରୁ ସମ୍ବଲପୁର ପୁରୀ ଇନ୍ଟର ସିଟି ଟ୍ରେନ ଚଳାଚଳ ପାଇଁ ଦାବି, କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଡି ଆର୍ ଏମ୍ ଙ୍କ ସହ ଆଲୋଚନା | News Room Odisha

ହିନ୍ଦ୍ ମଜଦୂର ସଭା ପକ୍ଷରୁ ସମ୍ବଲପୁର ପୁରୀ ଇନ୍ଟର ସିଟି ଟ୍ରେନ ଚଳାଚଳ ପାଇଁ ଦାବି, କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଡି ଆର୍ ଏମ୍ ଙ୍କ ସହ ଆଲୋଚନା

ସମ୍ବଲପୁର: ଆଜି ହିନ୍ଦ୍ ମଜଦୂର ସଭା ପକ୍ଷରୁ ଏକ ପ୍ରତିନିଧି ଦଳ ଡି ଆର୍ ଏମ୍ ପ୍ରଦୀପ କୁମାର ଙ୍କ ସହ ଆଲୋଚନା କରିଛନ୍ତି। ସମ୍ବଲପୁର ଜିଲ୍ଲା ର ଅଧିକାଂଶ ଜନତା ଭୁବନେଶ୍ୱର ପୁରୀ ପାଇଁ ଇନ୍ତଂର ସିଟି ଟ୍ରେନ ଉପରେ ନିର୍ଭର କରୁଥିବା ବେଳେ କୋରନା ସଂକ୍ରମଣ ସମୟରୁ ଟ୍ରେନ ଚଲା ଚଳ ବନ୍ଦ୍ ରହିଛି। ବର୍ତମାନ ସମୟରେ ସମସ୍ତ ଅଫିସ, ଶିକ୍ଷାନୁଷ୍ଠାନ, ବ୍ୟବସାୟ ପୁନଃ ଆରମ୍ଭ ହେଉଥିବା ବେଳେ ଏହି ଟ୍ରେନ ନ ଚାଲିବା ଯୋଗୁଁ ଜନ ସାଧାରଣ ହଇରାଣ ହେଉଥିବା ବେଳେ ପୁନର୍ବାର ଟ୍ରେନ୍ କୁ ଚଳେଇବା ପାଇଁ ଆଜି ଏଚ ଏମ୍ ଏସ ପକ୍ଷରୁ ଦାବି କରାଯାଇଛି। ସେହି ପରି ଦୀର୍ଘ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କୁ ଠିକା ସଂସ୍ଥା ଶୋଷଣ କରୁଥିବା ବେଳେ ତାଙ୍କୁ ଇ ଏସ ସି କାର୍ଡ ନ ଦେବା, ପି ଏଫ୍ ଶ୍ଳିପ୍ ନ ଦେବା, ଅବି ଚାରିତ ଭାବେ ଛଟେଇ କରିବା, ସଠିକ୍ ସମୟରେ ସଠିକ୍ ଦରମା ପ୍ରଦାନ ଆଦି ଦାବି ଉପରେ ଡି ଆର୍ ଏମ୍ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଟ୍ରେନ୍ ଚଳା ଚଳ ଉପରେ ଖୁବ୍ ଶୀଘ୍ର ନିଷ୍ପତି ନେବା ପାଇଁ ପଦକ୍ଷେପ ନେବା ସହ ସଫେଇ କର୍ମଚାରୀ ଙ୍କ ସମସ୍ୟା ସମାଧାନ ପାଇଁ ଡି ଆର୍ ଏମ୍ ପ୍ରଦୀପ କୁମାର ପ୍ରତିଶ୍ରୁତି ଦେଇଛନ୍ତି। ଏଚ ଏମ୍ ଏସ ପ୍ରତିନିଧି ଦଳରେ ଉପ ସାଧାରଣ ସମ୍ପାଦକ ଗୋକୁଳ ମେହେର ଆବାହକ ସଂଜିତ ମହାନ୍ତି, ଏମ୍ ଡି ସନା ୱାଲ୍ଲା, ଅନୁଜ ଜେନା, ସୁମିତ ପଟେଲ୍ ପ୍ରମୁଖ ଉପସ୍ଥିତ ଥିଲେ।