୧୦ଟି ରାଜ୍ୟରେ କରୋନା ଭାଇରସର ଡବଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ ଠାବ | News Room Odisha

୧୦ଟି ରାଜ୍ୟରେ କରୋନା ଭାଇରସର ଡବଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ ଠାବ

ନୂଆଦିଲ୍ଲୀ – ଦେଶରେ କରୋନାର ଭୟଙ୍କର ପରିସ୍ଥିତି ଉପୁଜିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ମାମଲା ଦୁଇ ଲକ୍ଷ ଟପିଛି । ବର୍ତ୍ତମାନ ଦେଶର ୧୦ଟି ରାଜ୍ୟରେ ବିଦେଶରୁ ଆସିଥିବା କରୋନାର ଡବଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ୧୦ଟି ରାଜ୍ୟରୁ ରୋଗୀମାନଙ୍କ ଠାରେ ଡବଲ୍ ମ୍ୟୁଟେସନ୍ ସହିତ କୋଭିଡ୍ ଭାଇରସରେ ନୂତନ ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ଗୁଜୁରାଟ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ରୋଗୀମାନଙ୍କ ନମୁନାରେ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ମିଳିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ ଶୀଘ୍ର ବ୍ୟାପିବାରେ ମ୍ୟୁଟାଣ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କରୋନା ସଂକ୍ରମଣର କ୍ଷୀପ୍ରତା ପାଇଁ ଡବଲ୍ ଷ୍ଟ୍ରେନ୍ ଦାୟୀ ବୋଲି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରମାଣିତ ହୋଇନାହିଁ। ପ୍ରାୟ ୧୪୦୦୦ ଜିନୋମ ସ୍ବିକେନ୍ସିର ଆଧାରରେ ଡବଲ୍ ମ୍ୟୁଟାଣ୍ଟ ବିଷୟରେ ଦୃଢ ସୂଚନା ପ୍ରକାଶ ପାଇଛି | ମୃତ୍ୟୁ ଏବଂ ଏହି ରୋଗର ଗମ୍ଭୀରତା ସଂପର୍କରେ ମ୍ୟୁଟାଣ୍ଟର ଭୂମିକାକୁ ବିଶ୍ଳେଷଣ କରାଯାଉଛି ।

ଦିଲ୍ଲୀରେ ବ୍ରିଟେନର ଷ୍ଟ୍ରେନ୍ ଏବଂ ଡବଲ୍ ମ୍ୟୁଟାଣ୍ଟ ମଧ୍ୟ ଦେଖିବାକୁ ମିଳିଛି। ପଞ୍ଜାବରେ ବି ଦିଲ୍ଲୀ ଭଳି ସ୍ଥିତି । ବ୍ରିଟେନର ୮୦ ପ୍ରତିଶତ ମାମଲା ପଞ୍ଜାବରେ ଚିହ୍ନଟ ହୋଇଛି । ମୁମ୍ବାଇରେ ଡବଲ ମ୍ୟୁଟାଣ୍ଟ ନାହିଁ, କିନ୍ତୁ ମହାରାଷ୍ଟ୍ରରେ ପ୍ରାୟ ୬୦ ପ୍ରତିଶତ ଏଭଳି ମାମଲା ରହିଛି। ୧୮-୧୯ ରାଜ୍ୟରେ ବ୍ରିଟେନ ଷ୍ଟ୍ରେନ ମିଳିଛି । ପ୍ରାଥମିକ ସଂକ୍ରମଣ, ପୁନଃ ସଂକ୍ରମଣରେ ଏହି ଷ୍ଟ୍ରେନର ଭୂମିକା ଅଛି କି ନାହିଁ ତାହାର ଯାଞ୍ଚ୍ କରାଯାଉଛି ।