୧୦ ଦିନରେ ୮ଟି ରାଜ୍ୟକୁ ୨୧୪ ଟ୍ୟାଙ୍କର ତରଳ ଅକ୍ସିଜେନ ପଠାଇଛି ଓଡିଶା | News Room Odisha

୧୦ ଦିନରେ ୮ଟି ରାଜ୍ୟକୁ ୨୧୪ ଟ୍ୟାଙ୍କର ତରଳ ଅକ୍ସିଜେନ ପଠାଇଛି ଓଡିଶା

ଭୁବନେଶ୍ୱର- କୋରୋନା ସଂକଟ ଘନୀଭୂତ ହୋଇଥିବା ବେଳେ ଓଡିଶା ,ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇବା ଜାରି ରଖିଛି । ଗତ୧୦ ଦିନରେ ଓଡିଶା ୮ଟି ରାଜ୍ୟକୁ ୨୧୪ ଟ୍ୟାଙ୍କର୍ ତରଳ ଅକ୍ସିଜେନ ପଠାଇ ସାରିଛି । ୮ଟି ରାଜ୍ୟକୁ ୩ ହଜାର ୯୬୫ ଟନ୍ ତରଳ ଅକ୍ସିଜେନ ପଠାଇ ସାରିଛି ଓଡିଶା । ଗ୍ରୀନ କରିଡର ଜରିଆରେ ଅକ୍ସିଜେନ ପଠାଇଛି ଓଡିଶା ପୋଲିସ । ଓଡିଶାର ଅକ୍ସିଜେନ ସହାୟତା ପାଇଁ ସାରାଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯାଉଛି ।