୧୧ ଦିନ ପରେ ମିଳିଲା ନିଖୋଜ ପାଇଲଟଙ୍କ ମୃତଦେହ | News Room Odisha

୧୧ ଦିନ ପରେ ମିଳିଲା ନିଖୋଜ ପାଇଲଟଙ୍କ ମୃତଦେହ

ନୂଆଦିଲ୍ଲୀ – ଦୁର୍ଘଟଣାଗ୍ରସ୍ତ ଭାରତୀୟ ନୌସେନାର ମିଗ୍‌-୨୯କେ ଯୁଦ୍ଧ ବିମାନର ନିଖୋଜ ପାଇଲଟ୍‌ଙ୍କ ମୃତଦେହ ମିଳିଛି । ଦୀର୍ଘ ୧୧ ଦିନର ସର୍ଚ୍ଚ ଅପରେସନ୍ ପରେ ନିଖୋଜ ପାଇଲଟ୍‌ଙ୍କ ମୃତଦେହ ଗୋଆ ଉପକୂଳଠାରୁ ୫୦ କିଲୋମିଟର ଦୂର ଆରବ ସାଗରରୁ ଉଦ୍ଧାର କରାଯାଇଛି । ମୃତଦେହ ୭୦ ମିଟର ଗଭୀର ପାଣି ଭିତରେ ଥିଲା ।

ମୃତ ପାଇଲଟ୍ ହେଉଛନ୍ତି କମାଣ୍ଡର ନିଶାନ୍ତ ସିଂହ । ନୌସେନାର ଟ୍ରେନି ମିଗ୍‌-୨୯କେ ଯୁଦ୍ଧ ବିମାନ ନଭେମ୍ବର ୨୬ରେ ସନ୍ଧ୍ୟା ୫ଟା ବେଳେ ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ସମୟରେ ଉକ୍ତ ବିମାନରେ ଦୁଇଜଣ ପାଇଲଟ୍ ଥିଲେ । ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରଯାଇଥିବା ବେଳେ ନିଶାନ୍ତ ନିଖୋଜ ହୋଇଯାଇଥିଲେ । ଭାରତୀୟ ନୌସେନା ଏହି ଦୁର୍ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲା । ନିଖୋଜ ପାଇଲଟ୍ ନିଶାନ୍ତଙ୍କୁ ଠାବ କରିବା ପାଇଁ ନୌସେନା ତରଫରୁ ୯ ବୁଡ଼ା ଜାହାଜ ସହ ୧୪ ବିମାନକୁ ନିୟୋଜିତ କରାଯାଇଥିଲା । ଏହି ସର୍ଚ୍ଚ ଅପରେସନରେ ତଟରକ୍ଷୀ ବାହିନୀଙ୍କ ସମେତ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତା ନିଆଯାଇଥିଲା । ନଭେମ୍ବର ୩୦ରେ ଦୁର୍ଘଟଣାଗ୍ରସ୍ତ ମିଗ୍‌-୨୯କେ ଯୁଦ୍ଧ ବିମାନର କିଛି ଧ୍ୱସାଂବଶେଷ ମିଳିଥିଲା ।