୧୭ ତାରିଖରୁ ରାଜ୍ୟରେ ବଢିବ ଶୀତର ପ୍ରକୋପ, ଆସନ୍ତା ଦୁଇ ଦିନ ଘନ କୁହୁଡି | News Room Odisha

୧୭ ତାରିଖରୁ ରାଜ୍ୟରେ ବଢିବ ଶୀତର ପ୍ରକୋପ, ଆସନ୍ତା ଦୁଇ ଦିନ ଘନ କୁହୁଡି

ଭୁବନେଶ୍ୱର- ରାଜ୍ୟରେ ଆସନ୍ତା ୧୭ ତାରିଖରୁ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଛି । ଆସନ୍ତା ଦୁଇ ଦିନ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ହେବ ବୋଲି ପାଣିପାଗ ବିଭାଗ କହିଛି । ଆସନ୍ତାକାଲି ରାତିରୁ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଦେଢ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିବା କାରଣରୁ ଶୀତ ବଢିବ ବୋଲି ପାଣିପାଗ ବିଶେଷଜ୍ଞ କହୁଛନ୍ତି । କିନ୍ତୁ ୧୭ ତାରିଖରୁ ଅଧିକ ଶୀତ ସହ ଘନ କୁହୁଡି ଦେଖାଯିବ । ପଶ୍ଚିମ ସୀମାନ୍ତବର୍ତୀ ଅଂଚଳର କିଛି ସ୍ଥାନରେ ୧୬ ଓ ୧୭ ତାରିଖରେ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି ।