୨୫ ଲକ୍ଷ ଡୋଜ୍ କୋଭିଡ ଟିକା ଯୋଗାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କଠାରେ ଦାବି କଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ | News Room Odisha

୨୫ ଲକ୍ଷ ଡୋଜ୍ କୋଭିଡ ଟିକା ଯୋଗାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କଠାରେ ଦାବି କଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟକୁ ୨୫ ଲକ୍ଷ ଡୋଜ୍ କୋଭିଡ ଟିକା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ କେନ୍ଦ୍ର ସରକାରଙ୍କଠାରେ ଦାବି କରିଛନ୍ତି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା ବେଳେ ଏହି ଦାବି ଉପସ୍ଥାପନ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ । ରାଜ୍ୟରେ ୨୨ ଲକ୍ଷ ହିତାଧିକାରୀ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଅପେକ୍ଷା କରିଥିବା ସେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିଥିଲେ । ରାଜ୍ୟକୁ ୩ ହଜାର ଅକ୍ସିଜେନ୍ ସିଲିଣ୍ଡର, ସଂକେନ୍ଦ୍ରକ ଓ ୫୦୦ ଭେଂଟିଲେଟର ଯୋଗାଇ ଦେବାକୁ ବି କେନ୍ଦ୍ର ମନ୍ତ୍ରୀଙ୍କୁ କହିଛନ୍ତି । ୫ ଲକ୍ଷ ପିପିଇ କିଟ୍‌, ୧୦ ଲକ୍ଷ ଏନ୯୫ ମାସ୍କ ଓ ଗ୍ଲୋଭସ ଯୋଗାଇବାକୁ ବି ମନ୍ତ୍ରୀ ନବ ଦାସ , ହର୍ଷବର୍ଦ୍ଧନଙ୍କଠାରେ ଦାବି ରଖିଛନ୍ତି ।ଏହାଛଡା କେନ୍ଦ୍ରକୁ ବହୁସଂଖ୍ୟକ ରାପିଡ୍ ଆଂଟିଜେନ୍ କିଟ୍ ବି ମାଗିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ।