୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜାକି ଉର ରେହମାନ ଲାଖଭି ଗିରଫ | News Room Odisha

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜାକି ଉର ରେହମାନ ଲାଖଭି ଗିରଫ

ଲାହୋର – ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲଶ୍କର-ଏ-ତଇବା କମାଣ୍ଡର ଜାକି ଉର ରେହମାନ ଲାଖଭି ଶନିବାର ପାକିସ୍ତାନରେ ଗିରଫ ହୋଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇବା ଅଭିଯୋଗରେ ଲାଖଭିକୁ ଗିରଫ କରାଯାଇଛି।ଲାଖଭି ଲଶ୍କର-ଏ-ତଇବାର ସର୍ବୋଚ୍ଚ କମାଣ୍ଡର ହାଫିଜ ସଇଦ ପରେ ଏହି ଆତଙ୍କବାଦୀ ସଂଗଠନରେ ଦୁଇ ନମ୍ବର ଭାବେ ବିବେଚିତ। ମୁମ୍ବାଇ ଆକ୍ରମଣ ମାମଲାରେ ୨୦୧୫ରୁ ଲାଖଭି ଜାମିନରେ ମୁକୁୁଳି ଥିଲା। ତାକୁ ପାକିସ୍ତାନ ଆତଙ୍କବାଦ ନିରୋଧୀ ବିଭାଗ (ସିଟିଡି) ଗିରଫ କରିଛି। ତେବେ ଲାଖଭିକୁ କେଉଁଠାରେ ଗିରଫ କରାଯାଇଥିଲା ଏବଂ ତାକୁ କେଉଁଠାରେ ରଖାଯାଇଛି ସେନେଇ ପାକିସ୍ତାନ ସରକାର କିମ୍ବା ତଦନ୍ତକାରୀ ସଂସ୍ଥା ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।