୮ ରାଜ୍ୟସଭା ସଦସ୍ୟଙ୍କ ନିଲମ୍ବନ ପ୍ରସଙ୍ଗ, ପ୍ରତ୍ୟାହାର ନ ହେଲା ଯାଏଁ ମୌସୁମୀ ଅଧିବେଶନ ବର୍ଜନ ପାଇଁ କଂଗ୍ରେସର ନିଷ୍ପତି | News Room Odisha

୮ ରାଜ୍ୟସଭା ସଦସ୍ୟଙ୍କ ନିଲମ୍ବନ ପ୍ରସଙ୍ଗ, ପ୍ରତ୍ୟାହାର ନ ହେଲା ଯାଏଁ ମୌସୁମୀ ଅଧିବେଶନ ବର୍ଜନ ପାଇଁ କଂଗ୍ରେସର ନିଷ୍ପତି

ନୂଆଦିଲ୍ଲୀ – ସଂସଦରେ ଅଚଳାବସ୍ଥା । ରାଜ୍ୟସଭାରୁ ୮ ସାଂସଦଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହେଲା ଯାଏଁ ପାର୍ଲାମେଂଟର ମୌସୁମୀ ଅଧିବେଶନ ବର୍ଜନ କରିବାକୁ ବିରୋଧୀ କଂଗ୍ରେସ ନିଷ୍ପତି ନେଇଛି । ରାଜ୍ୟସଭାରେ ଏ ନେଇ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ।

ନିଲମ୍ବନ ପ୍ରତିବାଦରେ ଗତକାଲି ସଂସଦ ଭବନ ପରିସରରେ ଧାରଣାରେ ବସିଥିଲେ ନିଲମ୍ବିତ ୮ ରାଜ୍ୟସଭା ସଦସ୍ୟ । ରବିବାର ଗୃହରେ କୃଷି ବିଲ୍ ଉପରେ ଆଲୋଚନା ବେଳେ ବିଶୃଙ୍ଖଳିତ ଆଚରଣ କରି ମର୍ଯ୍ୟାଦା ନଷ୍ଟ କରିଥିବା ଅଭିଯୋଗରେ ଅଧ୍ୟକ୍ଷ ଏମ. ଭେଙ୍କୟା ନାଇଡୁ ୮ ସଦସ୍ୟଙ୍କୁ ୭ ଦିନ ପାଇଁ ନିଲମ୍ବନ କରିଥିଲେ ।