ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା, ୧୦ ମୃତ | News Room Odisha

ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା, ୧୦ ମୃତ

କ୍ବାଲାଲମପୁର: ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମାଲେସିଆର ଲୁମୁଟରେ ମଙ୍ଗଳବାର ଘଟିଛି ଏହି ଦୁର୍ଘଟଣା ।‌ ଏହି ଦୁଃଖଦ ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି । ଦୁର୍ଘଟଣାଗ୍ରସ୍ତ ଦୁଇ ହେଲିକପ୍ଟର ମାଲେସିଆ ନୌସେନା।

ମାଲେସିଆ ନୌସେନା ପରେଡ୍ ପାଇଁ ରିହାର୍ସଲ ଚାଲିଥିବା ବେଳେ ହଠାତ୍ ଦୁଇ ହେଲିକପ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ତଳେ ପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ଗୋଟିଏ ହେଲିକପ୍ଟରରେ ୭ ଜଣ ଲୋକ ଥିବାବେଳେ ଅନ୍ୟଟିରେ ତିନି ଜଣ ଲୋକ ଥିଲେ।