ନାସିକ-ଶିରିଡି ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୦ ମୃତ | News Room Odisha

ନାସିକ-ଶିରିଡି ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୦ ମୃତ

ନାସିକ: ମହାରାଷ୍ଟ୍ରର ନାସିକ-ଶିରିଡି ରାଜପଥରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ମୁମ୍ବାଇର ଉହ୍ଲାସନଗରରୁ ଏକ ଘରୋଇ ବସ୍‌ରେ ୫୦ ଜଣ ଯାତ୍ରୀ ଶିରିଡ଼ି ସାଇବାବାଙ୍କ ଦର୍ଶନ ପାଇଁ ଯାଉଥିଲେ । ନାସିକ-ଶିରିଡି ରାଜପଥର ପାଥର ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ବସର ମୁହାଁମୁହିଁ ଧକ୍କା ହେବା ପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ବସ୍ ଓ ଟ୍ରକ୍ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୁମ୍ବାଇ ନିକଟସ୍ଥ ଅମ୍ବରନାଥ, ଥାନେ ଏବଂ ଉହ୍ଲାସନଗର୍ ଏହି ସମସ୍ତ ସାଇ ଭକ୍ତ ଶିରିଡ଼ି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।