ଆମେରିକା: ଚାଇନିଜ୍ ନୂଆ ବର୍ଷ ପାଳନ ବେଳେ ଗୁଳିମାଡ଼, ୧୦ ମୃତ  | News Room Odisha

ଆମେରିକା: ଚାଇନିଜ୍ ନୂଆ ବର୍ଷ ପାଳନ ବେଳେ ଗୁଳିମାଡ଼, ୧୦ ମୃତ 

ଲସ୍ ଆଞ୍ଜେଲସ: ଆମେରିକାର ଲସ୍ ଆଞ୍ଜେଲସର ଏକ ପାର୍କରେ ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।

ଲସ୍ ଆଞ୍ଜେଲସରୁ ପ୍ରାୟ ୧୨ କିଲୋମିଟର ପୂର୍ବରେ ଥିବା ମୋଣ୍ଟେରୀ ପାର୍କରେ ଚାଇନିଜ୍ ନୂଆ ବର୍ଷ ପାଳନ ବେଳେ ଏହି ଗୁଳିକାଣ୍ଡ ଘଟିଛି । ପାର୍କରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା | ଏହି ସମୟରେ ହଠାତ୍ ଜଣେ ବନ୍ଧୁକଧାରୀ ଯୁବକ ଆଖିବୁଜା ଗୁଳିମାଡ଼ କରିଥିଲା ।

ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ପାର୍କରେ ବହୁ ସଂଖ୍ୟକ ପୋଲିସ ଉପସ୍ଥିତି ଦେଖିବାକୁ ମିଳୁଛି।

ଲସ୍ ଆଞ୍ଜେଲସ୍ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ ଏକ ବିବୃତ୍ତି ଅନୁଯାୟୀ ସୁଟର ଜଣେ ପୁରୁଷ ଥିଲେ । ତେବେ ସେ ଧରାପଡ଼ିଛନ୍ତି କି ନାହିଁ ତାହା ଜଣା ପଡିନାହିଁ।